Odisha Link
Bridging the Missing Links in Odisha

ଛାଡ଼ପତ୍ର ମାମଲାରେ ବଡ଼ ନିଷ୍ପତି: ରୋଜଗାରକ୍ଷମ ମହିଳାଙ୍କୁ ମିଳିବନି ଭରଣପୋଷଣ!

ଓଏଲ୍‌ ବ୍ୟୁରୋ: ସମାଜରେ ଏବେ ଅଧିକ ମାତ୍ରାରେ ବିବାହ ବିଚ୍ଛେଦ ହେଉଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଅଭାବ ହିଁ ଏହାର ବଡ଼ କାରଣ। ସାମାଜିକ ସ୍ତରରେ ଏ ନେଇ ବ୍ୟାପକ ସଚେତନତା‌ ସୃଷ୍ଟି ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏସବୁ ଭିତରେ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀ ଉଚ୍ଚଶିକ୍ଷିତା ଏବଂ ରୋଜଗାରକ୍ଷମ ହେବାକୁ ସକ୍ଷମ ଥାନ୍ତି ସେ କ୍ଷେତ୍ରରେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବାକୁ କୋର୍ଟ ଗ୍ରହଣ କରିପାରିବ ନାହିଁ ବୋଲି ନିଷ୍ପତି ହୋଇଛି।

ସୂଚନା ଅନୁସାରେ, କୋର୍ଟରେ ରାଉରକେଲାର ଏକ ଛାଡପତ୍ର ମାମଲାରେ ସୁନ୍ଦରଗଡ ଫ୍ୟାମିଲି କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ମାସିକ ୮ ହଜାର ଟଙ୍କା ଭରଣପୋଷଣ ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବ୍ୟକ୍ତି। ଏଥିପାଇଁ ସେ ସମର୍ଥ ନୁହଁନ୍ତି ଓ ତାଙ୍କ ଉପରେ ତାଙ୍କ ମା’ ଓ ଅନ୍ୟମାନେ ନିର୍ଭରଶୀଳ ଦର୍ଶାଇ ନିର୍ଦ୍ଧାରିତ ପରିମାଣର ଭରଣପୋଷଣ ଦେବାକୁ ଅସମର୍ଥ ବୋଲି ଦର୍ଶାଇଥିଲେ।

ହାଇକୋର୍ଟରେ ବିଚାର କରିବାକୁ ଆବେଦନ କରିଥିଲେ ଏହାର ବିଚାର କରିଥିଲେ କୋର୍ଟ । ୮ ହଜାର ଟଙ୍କାକୁ ୫ ହଜାର ଟଙ୍କାକୁ ହ୍ରାସ କରିବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ। ଯଦି କୌଣସି ମହିଳା ଉଚ୍ଚଶିକ୍ଷିତା ଏବଂ ଚାକିରି କରିବାକୁ ଯୋଗ୍ୟ ସେ କ୍ଷେତ୍ରରେ ତାଙ୍କ ମାସିକ ଭରଣପୋଷଣ ଦାବିକୁ କୋର୍ଟ ଗ୍ରହଣ କରିପାରିବେ ନାହିଁ। ଉକ୍ତ ମହିଳା ମାସିକ ଭରଣପୋଷଣ ଦାବି କରିପାରିବେ ନାହିଁ ବୋଲି କୋର୍ଟ ଶୁଣାଣି କରିଥିଲେ।

Leave A Reply

Your email address will not be published.