ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ନିର୍ମାଣ ହେବ ୭୨୪ଟି ବାଳିକା ଶୌଚାଳୟ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ରହିଛି ପ୍ରଶ୍ନକାଳ। ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ୪୧୨ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନଥିବା କହିଛନ୍ତି।
୧୧୫ ଉଚ୍ଚପ୍ରାଥମିକ ସ୍କୁଲ, ୨୫ ଉଚ୍ଚବିଦ୍ୟାଳୟରେ ନାହିଁ ଶୌଚାଳୟ। ତେବେ ବର୍ଷକରେ ୭୨୪ଟି ବାଳିକା ଶୌଚାଳୟ ନିର୍ମାଣ ଯୋଜନା କରାଯାଇଛି। ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଅନ୍ୟପଟେ, ଗୃହରେ ହଟ୍ଟଗୋଳରୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଥିଲା। ପୁଣି ଚାଷୀ ପ୍ରସଙ୍ଗରେ ବିଜେଡିର ପ୍ରବଳ ହୋହଲ୍ଲା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।