ଗୃହରେ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ: ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଆସୁନି ଫେଡ଼ାଣ ଓ ହରଣ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ପ୍ରଶ୍ନକାଳରେ ପିଲାଙ୍କ ପାଠପଢାକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡ଼ାଣ ଓ ହରଣ। ୬୮.୫ ପ୍ରତିଶତ ପିଲା ଫେଡ଼ାଣ ଓ ୪୫.୮ ପ୍ରତିଶତ ପିଲା ହରଣ ଜାଣିନାହାନ୍ତି। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ। ୨୦୧୪ରେ ୬୩.୪ ପ୍ରତିଶତ ଓ ୨୦୨୪ରେ ୬୯.୫ ପ୍ରତିଶତ ଫେଡ଼ାଣ ଜାଣିନଥିଲେ। ୨୦୧୪ରେ ୩୭.୯ ପ୍ରତିଶତ ଓ ୨୦୨୪ରେ ୪୫.୮ ପ୍ରତିଶତ ହରଣ ଜାଣିନଥିଲେ।
ଅନ୍ୟପଟେ, ଗୃହରେ ହଟ୍ଟଗୋଳରୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଥିଲା। ପୁଣି ଚାଷୀ ପ୍ରସଙ୍ଗରେ ବିଜେଡିର ପ୍ରବଳ ହୋହଲ୍ଲା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।