୪୧୨ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ନାହିଁ ସ୍ୱତନ୍ତ୍ର ଶୌଚାଳୟ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ରହିଛି ପ୍ରଶ୍ନକାଳ। ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ୪୧୨ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନଥିବା କହିଛନ୍ତି ।
ଅନ୍ୟପଟେ, ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ଆରମ୍ଭରୁ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହଲ୍ଲା ଓ ନାରାବାଜି କରିଛନ୍ତି। ମଧ୍ୟ ଭାଗରେ ଠିଆ ହୋଇ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଲେ ବିରୋଧୀ। ଦିନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।