Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ତଥ୍ୟ: ରାଜ୍ୟରେ ୬ ବର୍ଷରେ ହେଲାଣି ୮ ହଜାର ବାଲ୍ୟ ବିବାହ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ୬ ବର୍ଷରେ ୮ ହଜାର ୧୫୯ ବାଲ୍ୟ ବିବାହ ହୋଇଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବରଙ୍ଗପୁରରେ ସର୍ବାଧିକ ୧୩୪୭ ବାଲ୍ୟ ବିବାହ, ଗଞ୍ଜାମରେ ୯୬୬, କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି। ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ। ପ୍ରଶ୍ନକାଳ ସ୍ବଭାବିକ ଚାଲିବ କି ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ହୋଡିୟମ ତଳେ ନାରାବାଜି କରିବାରୁ ବିଧାନସଭା ମୁଲତବୀ ଘୋଷଣା କରାଯାଇଥିଲା। ଦିନ ୧୨ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା।

Leave A Reply

Your email address will not be published.