Odisha Link
Bridging the Missing Links in Odisha

ବେଆଇନ ମଦ ବିକି ୧୫ ହଜାର ମଦ ମାଫିଆ ଗିରଫ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବେଆଇନ ମଦ ବିକ୍ରି ଉପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ରଖିଛନ୍ତି। ବେଆଇନ ମଦ କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଚଳିତ ବର୍ଷ ରାଜ୍ୟର ୧୨ ହଜାର ୧୧୬ଟି ସ୍ଥାନରେ ଚଢ଼ଉ ହୋଇଛି। ଚଢ଼ଉରେ ଗିରଫ ହୋଇଛନ୍ତି ମୋଟ ୧୫ ହଜାର ୬୬୫ ମଦ ମାଫିଆ। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସୂଚନା ଅନୁସାରେ, ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ। ପ୍ରଶ୍ନକାଳ ସ୍ବଭାବିକ ଚାଲିବ କି ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ହୋଡିୟମ ତଳେ ନାରାବାଜି କରିବାରୁ ବିଧାନସଭା ମୁଲତବୀ ଘୋଷଣା କରାଯାଇଥିଲା। ଦିନ ୧୨ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା।

Leave A Reply

Your email address will not be published.