ଚଳିତ ମହାକୁମ୍ଭରେ ଇସ୍କନ୍ ପ୍ରତିଷ୍ଠାତାଙ୍କୁ ‘ବିଶ୍ୱ ଗୁରୁ’ ଉପାଧି
![](https://www.odishalink.com/wp-content/uploads/2025/02/biswa-750x430.jpg)
ଓଏଲ୍ ବ୍ୟୁରୋ: ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୫୦ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ଏସବୁ ଭିତରେ ଇସ୍କନ୍ ପ୍ରତିଷ୍ଠାତାଙ୍କୁ ‘ବିଶ୍ୱ ଗୁରୁ’ ଉପାଧି ପ୍ରଦାନ କରାଯାଇଛି ।
ଆଚାର୍ଯ୍ୟ ଶ୍ରୀଲ ଅଭୟ ଚରଣ ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦଙ୍କୁ `ବିଶ୍ବ ଗୁରୁ’ ଉପାଧି ପ୍ରଦାନ ନେଇ ଘୋଷଣା କରାଯାଇଛି। `ବିଶ୍ବ ଗୁରୁ’ ଉପାଧି ପ୍ରଦାନ ନେଇ ଅଖିଳ ଭାରତୀୟ ଆଖଡ଼ା ପକ୍ଷରୁ ଘୋଷଣା ହୋଇଛି। `ବିଶ୍ବ ଗୁରୁ’ ଉପାଧି ପାଇବାରେ ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ପ୍ରଥମ ଆଚାର୍ଯ୍ୟ।