Odisha Link
Bridging the Missing Links in Odisha

କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ହଟିଲା ନିଲମ୍ବନ

ଓଏଲ୍‌ ବ୍ୟୁରୋ: କଂଗ୍ରେସକୁ ଫେରିଲେ ସୁର ରାଉତରାୟ। ୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଥିଲେ ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଥିଲେ। ଆଜି କଂଗ୍ରେସକୁ ଫେରିବା ପରେ ଭାବବିହ୍ୱଳ ହୋଇଛନ୍ତି ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ।

ସୁରଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ। ସୁର ରାଉତରାୟ କହିଛନ୍ତି, କଂଗ୍ରେସ ଭବନ ମୋର ମନ୍ଦିର। ୧୯୬୨ରୁ କଂଗ୍ରେସ ସହିତ ଅଛି। କଂଗ୍ରେସରୁ ଦୂରେଇ ବହୁ କଷ୍ଟ ପାଇଛି। ଆଜି କଂଗ୍ରେସକୁ ଫେରି ବହୁତ ଖୁସି। ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ଧନ୍ୟବାଦ।

ଏକ ଚିଠି ଲେଖି ସୁର କହିଥିଲେ, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ। ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଥିବା କହିଛନ୍ତି ସୁର। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର। ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.