ପ୍ରୟାଗରାଜରେ ବଡ଼ ଦୁର୍ଘଟଣା: ୧୦ ଶ୍ରଦ୍ଧାଳୁ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ଼ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି। ସବୁଠୁ ଦୁଃଖଦ କଥା ହେଉଛି କୁମ୍ଭମେଳା ଯାତ୍ରା କରୁଥିବା ୧୦ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି। ଆଉ ୧୯ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା ସହ ମୃତ ଶବକୁ ଶବ ଗୃହରେ ରଖାଯାଇଛି। ଏହି ଘଟଣାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଆସୁଆରୋଗ୍ୟ କାମନା କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ଉପରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିଲା ବୋଲେରୋ କାର୍ ଏବଂ ଏକ ଯାତ୍ରୀବାହି ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି। ବୋଲେରୋ ଗାଡିରେ ୨୫ ବର୍ଷରୁ ୪୫ବର୍ଷ ବୟସର ସମସ୍ତେ ପୁରୁଷ ଯାତ୍ରା କରୁଥିଲେ। ଆଉ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।