୫ ଥର ବୃଦ୍ଧି ହେଲାଣି ରାସନକାର୍ଡ ଇ-କେୱାଇସି ଅବଧି, ସରୁନି ଯାଞ୍ଚ ପ୍ରକ୍ରିୟା..
![](https://www.odishalink.com/wp-content/uploads/2025/02/ekyc.jpg)
ଓଏଲ୍ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ରାସନକାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ୩୨ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫେବୃୟାରୀ ୧୫ ତାରିଖ ଅର୍ଥାତ ଆଜି ରାସନ କାର୍ଡ ଇ-କେୱାଇସି ଅବଧିର ଶେଷଦିନ ଥିବାବେଳେ ତାହା ବର୍ତ୍ତମାନ ବୃଦ୍ଧି ହୋଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ବୃଦ୍ଧି ହୋଇଛି। ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ୍ ହେଉନି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଫେବୃୟାରୀ ୧୫ ତାରିଖ ପରେ ଆଉ ଇ-କେୱାଇସି ଅବଧି ବୃଦ୍ଧି ହେବନି ବୋଲି ମନ୍ତ୍ରୀ କହିଥିଲେ। ଫେବୃଆରୀ ୧୫ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଏନେଇ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହେଲେ ପୁଣି ଇ-କେୱାଇସି ଯାଞ୍ଚ ଅବଧି ବୃଦ୍ଧି କରାଯାଇଛି। ୫ ଥର ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚ ଅବଧି ବୃଦ୍ଧି କଲେଣି ସରକାର।