Odisha Link
Bridging the Missing Links in Odisha

ଧାନକ୍ରୟ ପ୍ରସଙ୍ଗ: ବଡ଼ ବୟାନ ଦେଲେ ଯୋଗାଣ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ। ପ୍ରଶ୍ନକାଳ ସ୍ବଭାବିକ ଚାଲିବ କି ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏସବୁ ଭିତରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ସାରିଲେଣି ରାଜ୍ୟ ସରକାର।

ଫେବୃଆରୀ ୧୫ ତାରିଖ ସୁଦ୍ଧା ଗତ ବର୍ଷ ତୁଳନାରେ ଅଧିକ ୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ସାରିଲେଣି ସରକାର। ସରକାର ୭୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି। ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଧାନ କିଣା। ପାଖାପାଖି ୧୨ ଲକ୍ଷ ଚାଷୀ ଇନପୁଟ ସବସିଡି ପାଇସାରିଲେଣି। ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ପେମେଣ୍ଟ ପାଉଛନ୍ତି ଚାଷୀ।

କଟନୀ ଛଟନୀ ବନ୍ଦ କରିବା ପାଇଁ ସରକାର ପୁରା ଆଲର୍ଟ ଅଛନ୍ତି। କଟନୀ ଛଟନୀ ବହୁତ କମ୍ ହେଉଛି। କଟନୀ ଛଟନୀ କିମ୍ବା ଅନିୟମିତତା ନେଇ ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି, ତା ଉପରେ ତୁରନ୍ତ ଆକ୍ସନ ନେଉଛି ଯୋଗାଣ ବିଭାଗ। ଏହା ମଧ୍ୟରେ ଅନେକ ମିଲ ଗୁଡ଼ିକୁ ସିଲ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ କରିଛନ୍ତି ସରକାର। ଅନିୟମିତତାରେ ସଂପୃକ୍ତ ଥିବା ଅଫିସର ମାନଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.