Odisha Link
Bridging the Missing Links in Odisha

ସୋମବାର ପୂର୍ଣ୍ଣାଙ୍ଗ ବଜେଟ୍, ମୋହନ ସରକାରଠୁ ରହିଛି ବଡ଼ ଆଶା

ଓଏଲ୍‌ ବ୍ୟୁରୋ: ସୋମବାର ଗଣତନ୍ତ୍ରର ପବିତ୍ର ଗୃୃହ ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ ୨୦୨୫-୨୬। ବିଜେପି ସରକାରର ୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା। ଆସନ୍ତାକାଲି ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆସିବାକୁ ଥିବା ବେଳେ, ଏହାକୁ ନେଇ ଜୋର ଧରିଛି କଳ୍ପନାଜଳ୍ପନା।

୨୦୩୬ ସୁଦ୍ଧା ବିକଶିତ ଓଡ଼ିିଶା ପାଇଁ ବଜେଟ୍‌ ୨୦୨୫-୨୬ରେ ପଡ଼ିବ ମୂଳଦୁଆ। ଏପରିକି ଚର୍ଚ୍ଚା ହେଉଛି ଚଳିତଥର ୩ ଲକ୍ଷ କୋଟି ଟଙଙ୍କା ଛୁଇଁ ପାରେ ରାଜ୍ୟ ବଜେଟ। ରାଜ୍ୟ ସରକାରଙ୍କ ଫୋକସରେ ଯୁବ, ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ ରହିପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ୱ। ସେହିପରି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ କିଛି ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି।

ଅପରପକ୍ଷେ ବଜେଟ୍‌ ପୂର୍ବରୁ ଆରମ୍ଭ ହୋଇ ସାରିଛି ରାଜନୈତିକ ବିତର୍କ। ବିରୋଧି ଆସନରେ ବସିଥିବା ବିଜୁ ଜନତା ଦଳ କହିଛି, ସରକାର କେବଳ ଭୋଟ ପାଇଁ ସ୍ୱଳ୍ପ ମିଆଦି ଯୋଜନା ନକରି ଦୀର୍ଘ ମିଆଦି ଯୋଜନା କରନ୍ତୁ। ସେହିପରି କଂଗ୍ରେସ କହିଛି, ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଅନ୍ୟପକ୍ଷରେ ଲୋକେ ବିକଶିତ ଓଡ଼ିଶାର ଝଲକ ବଜେଟରେ ଦେଖିବେ ବୋଲି ଦମ୍ଭୋକ୍ତି ରଖିଛି ବିଜେପି।

Leave A Reply

Your email address will not be published.