Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା, ୧୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନାହିଁ ଆଇସିୟୁ ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଥିବା ୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେଟଲାଇଟ ସେଣ୍ଟରରେ ରୂପାନ୍ତରିତ କରାଯିବ। ଉପରୋକ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏହି ସେଟଲାଇଟ ସେଣ୍ଟରରେ ୧୦ଟି ବେଡ଼ ସହ ୨୪ ଘଣ୍ଟା କାମ କରୁଥିବା ଆମ୍ବୁଲାନ୍ସ ରହିବ। ରୋଗୀଙ୍କ ଚିକିତ୍ସା ପାଇଁ କିଛି ସ୍ପେସାଲିଷ୍ଟ ଡାକ୍ତର ମଧ୍ୟ ରହିବେ। ଝାରସୁଗୁଡାର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉପରୋକ୍ତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲାରେ ଆଇସିୟୁ ନିର୍ମାଣାଧୀନ ଅଛି। ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.