Odisha Link
Bridging the Missing Links in Odisha

୮ ମାସରେ ୫୦ ସରକାରୀ ଅଧିକାରୀଙ୍କ ନାଁରେ ମାମଲା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ସ୍ଵାସ୍ଥ୍ୟ, ଗୃହ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏସବୁ ଭିତରେ ଦୁର୍ନୀତିଖୋର୍ ବାବୁଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୮ ମାସରେ ୫୦ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ମାମଲା ରୁଜୁ କରିଛି। ମୋଟ୍ ୧୧୭ କୋଟିର ଆୟ ବହିର୍ଭୂତ ସଂପତ୍ତି ଜବତ ହୋଇଛି। ୧୧ ଅଧିକାରୀଙ୍କ ନିକଟରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗହଣା, ଘର ପ୍ଲଟ ଜବତ ହୋଇଛି। ୧୩ଟି ମାମଲାରେ ଦୋଷୀ ସାବ୍ୟସ୍ତ, ୯ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ରାଜ୍ୟରେ ମୋଟ୍ ୩୬୯୨ଟି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି।

Leave A Reply

Your email address will not be published.