ଓଡ଼ିଶା ବଜେଟ୍ ୨୦୨୫: କୃଷି ପାଇଁ ୩୭,୮୩୮ କୋଟି ବ୍ୟୟବରାଦ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ପ୍ରଥମାର୍ଦ୍ଧରେ ବିଭିନ୍ନ ବିଭାଗର ପ୍ରଶ୍ନ ଆଲୋଚନା ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବଜେଟ ଉପସ୍ଥାପନା ଆରମ୍ଭ ହୋଇଛି। ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୫-୨୬ ଆଗତ ହେଉଛି। ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରୁଛନ୍ତି। ବଜେଟ ଉପସ୍ଥାପନା ବେଳେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ କୃଷକ ସଶକ୍ତିକରଣ ବିଭାଗକୁ ବ୍ୟୟବରାଦ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି ବ୍ୟୟବରାଦ ହୋଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସିଏମ୍ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖିଛୁ। ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।