ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ପ୍ରତ୍ୟେକ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳଭଣ୍ଡାର

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ। ରାଜ୍ୟର ବିଭିନ୍ନ ବ୍ଲକ ସବ୍ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି। ଯେଉଁଠି ମଣ୍ଡି ବ୍ୟବସ୍ତା ନାହିଁ, ସେଠାରେ ନୂଆ ମଣ୍ଡି ଖୋଲାଯିବ। ଚାଷୀଙ୍କୁ ସେମାନଙ୍କ ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।