Odisha Link
Bridging the Missing Links in Odisha

‘ସବୁ ଜିଲ୍ଲାରେ ଖୋଲିବ ଡେ କେୟାର ସେଣ୍ଟର, କେମୋଥେରାପି ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା’

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ସ୍ଵାସ୍ଥ୍ୟ, ଗୃହ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ସବୁ ଜିଲ୍ଲାରେ ଡେ କେୟାର ସେଣ୍ଟର। କେମୋଥେରାପି ବ୍ୟବସ୍ଥା କରାଯିବ।

ଅନ୍ୟପଟେ, ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଡାକ୍ତର ଅଭାବ ରହିଛି। ପୂରଣ ହେବ ୫୨୪୮ ଡାକ୍ତର ପଦବୀ। ଏଥିପାଇଁ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି। ୧୨୬ଟି ଦନ୍ତ ଚିକିତ୍ସକ ନିଯୁକ୍ତି ନେଇ ସୁପାରିଶ ହୋଇଥିବା ମନ୍ତ୍ରୀ କହିଛନ୍ତି। ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ।

Leave A Reply

Your email address will not be published.