ପୁରୀରେ ଭୂକମ୍ପ ! ସକାଳୁ ଦିଲ୍ଲୀରେ ହୋଇଥିଲା ଅନୁଭୂତ

ଓଏଲ୍ ବ୍ୟୁରୋ: ଆଜି ସକାଳେ ପୁରୀରେ ଭୂକମ୍ପ ଅନୁଭୂତ ହୋଇଛି। ତା ପୂର୍ବରୁ ସକାଳ ୫ଟା ୩୬ରେ ରାଜଧାନୀ ନୂଆଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା। ତାପରେ ସକାଳ ୮ଟାରେ ପୁରୀରେ ୪.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି। ତେବେ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ଆଜି ସକାଳୁ ଦିଲ୍ଲୀରେ ଭୂୂକମ୍ପ ଅନୁୁଭୂତ ହୋଇଛି। ଯାହାର ତୀବ୍ରତା ୪.୦ ରହିଥିଲା। ଦିଲ୍ଲୀ ସମେତ ଉତ୍ତରପ୍ରଦଦେଶ, ବିହାର ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା। ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି କହିଛି ଯେ ଦିଲ୍ଲୀ-ଏନସିଆରର କିଛି ଅଂଶରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପୋଷ୍ଟରେ କହିଛନ୍ତି ଯେ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସମସ୍ତଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ସତର୍କତା ପାଳନ କରିବାକୁ ଅନୁରୋଧ, ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ସତର୍କ ରହିବା ଉଚିତ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ସୂଚନା ଥାଉ କି କିଛି ଦିନ ପୂର୍ବରୁ ଭୂକମ୍ପରେ ଥରିଥିଲା ମିଆଁମାର। ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନଥିଲା।