Odisha Link
Bridging the Missing Links in Odisha

ଆଜିଠୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ

ଓଏଲ୍‌ ବ୍ୟୁରୋ: ଟୋଲ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ବିବାଦକୁ କମ୍‌ କରିବା ଓ ଜାଲିଆତିିରେ ଅଙ୍କୁୁଶ ଲଗାଇବା ପାଇଁ ନେଶନାଲ ପେମେଣ୍ଟସ୍‌ କରପୋରେସନ୍‌ ଅଫ ଇଣ୍ଡିଆ (ଏନପିସିଆଇ) ଓ ସଡ଼କ ପରିବହନ ମନ୍ତ୍ରଣାଳୟ ଫାସ୍‌ଟ୍ୟାଗ୍‌ ସହିତ ଜଡ଼ିତ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଯାହା ଆଜିଠୁ କାର୍ଯ୍ୟକାରୀ ହୋଇଛି।

ନୂଆ ନିୟମ ଅନୁସାରେ ଟୋଲ୍‌ ପ୍ଲାଜା ଅତିକ୍ରମ କରିବାର ୬୦ ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ଫାସ୍‌ଟ୍ୟାଗ୍‌ ଅଚଳ ରହିବ ତେବେ ଟ୍ରାଞ୍ଜାକ୍ସନ (କାରବାର) ବିଫଳ ହୋଇଯିବ। ସ୍ବୟଚାଳିତ ବ୍ୟବସ୍ଥାରେ ସେହି ପେମେଣ୍ଟ୍‌ ବିଫଳ ହେବ।

ସେହିପରି ଫାସ୍‌ଟ୍ୟାଗ୍‌ ଆକାଉଣ୍ଟରେ କମ୍‌ ବାଲାନ୍ସ ଥିଲେ, ପେମେଣ୍ଟ ବିଳମ୍ବ ହେଲେ କିମ୍ବା ଫାସ୍‌ଟ୍ୟାଗ୍‌ କଳାତାଲିକାଭୁକ୍ତ ହୋଇଥିଲେ, ଜରିମାନା ଗଣିବାକୁ ପଡ଼ିବ। ଏପରିକି ଗାଡ଼ି ଟୋଲ୍‌ ପ୍ଲାଜା ଅତିକ୍ରମ କରିବାର ୧୫ ମିନିଟ୍‌ ପରେ ଯଦି କାରବାରର ପ୍ରକ୍ରିୟାକରଣ ହେବ ତେବେ ବ୍ୟବହାରକାରୀଙ୍କୁ ଅତିରିକ୍ତ ଶୁଳ୍କ ଗଣିବାକୁ ପଡ଼ିବ। ଯଦି ଟଙ୍କା କଟିଯାଇଥିବା, ତେବେ ବ୍ୟବହାରକାରୀ ଆପତ୍ତି ଉଠାଇପାରିବେ। ସେଥିପାଇଁ ଫାସ୍‌ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

Leave A Reply

Your email address will not be published.