ବଜେଟ୍ ୨୦୨୫: ୧୦ଟି ବଡ଼ ଖବର

ଓଏଲ୍ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ୍ ୨୦୨୫। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍ ଉପସ୍ଥାପନା କରିଛନ୍ତି। ଚଳିତ ବଜେଟ୍ରେ ମୋଟ ବଜେଟ୍ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ବିଶେଷକରି ଚଳିତ ବଜେଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥର କୃଷି ପାଇଁ ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ।
୧୦ଟି ବଡ଼ ଘୋଷଣା:
୧- ଚଳିତ ବଜେଟ୍ରେ ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୨- ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଘୋଷଣା।
୩- କୃଷି କ୍ଷେତ୍ର ପାଇଁ ୧୪ ହଜାର ୮୬୧ କୋଟି ଘୋଷଣା।
୪- ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ୨୯୬୦ କୋଟି।
୫-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬,୨୪୯ କୋଟି।
୬- ପର୍ଯ୍ୟଟନ କ୍ଷେତ୍ର ପାଇଁ ୮୨୦ କୋଟି।
୭- ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ୫୦ କୋଟି।
୮- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା ପାଇଁ ୧୨୦ କୋଟି।
୯-କୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି।
୧୦- ମଧୁବାବୁ ପେନସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି।