Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍‌ ୨୦୨୫: ଜାଣନ୍ତୁ, କେଉଁ ବିଭାଗକୁ କେତେ ?

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ୍‌ ୨୦୨୫। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଚଳିତ ବଜେଟ୍‌ରେ ମୋଟ ବଜେଟ୍‌ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ବିଶେଷକରି ଚଳିତ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥର କୃଷି ପାଇଁ ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ।

କୃଷି କ୍ଷେତ୍ର:
କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ ସଶକ୍ତିକରଣ ପାଇଁ ବଡ଼ ଘୋଷଣା କରିଛନ୍ତି ମୋହନ ସରକାର। ବଜେଟ୍‌ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ସରକାର। ସେହିପରି ସିଏମ୍‌ କିଷାନ ଯୋଜନା ପାଇଁ ୨୦୨୦ କୋଟି, ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୦୦ କୋଟି, ଫସଲ ବିବିଧକରଣ ପାଇଁ ୬୯୫ କୋଟି ଟଙ୍କା ଘୋଷଣା କରିଛନ୍ତି ସରକାର।

ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୪୫ କୋଟି। ମୁଖ୍ୟମନ୍ତ୍ରୀ ମତ୍ସଜିବି କଲ୍ୟାଣ ଯୋଜନା ପାଇଁ ୨୩୫ କୋଟି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ୧୪୬ କୋଟି। ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ୧୭୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଜଳସେଚନ ଓ ବାତ୍ୟା ପରିଚାଳନା:

ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୩୧୮ କୋଟି।
ଜଳସେଚନ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ୧୩୧୫ କୋଟି।
ଏଆଇବିପି ପାଇଁ ୧୭୮୬ କୋଟି।
ଷ୍ଟୋରେଜ ନିର୍ମାଣ ପାଇଁ ୮୮୦ କୋଟି।

ସ୍ବାସ୍ଥ୍ୟ:
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି
ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି
ନିର୍ମଳ ପାଇଁ ୯୯୭ କୋଟି

ଶିକ୍ଷା:
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି
ମୁୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି
ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି
ପିଏମ୍‌ ପୋଷଣ ପାଇଁ ୮୮୫ କୋଟି
ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି

ଅନୁସୂଚିତ ଜାତି ଓ ଜନଜାତି ବିକାଶ:

ମାଧୋ ସିଂ ହାତ ଖର୍ଚ୍ଚ ପାଇଁ ୧୫୪ କୋଟି
ଛାତ୍ର ବୃତ୍ତି ପାଇଁ ୪୫୦ କୋଟି
ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୫୦ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି
ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି

ମହିଳା, ଶିଶୁ ବିକାଶ ଓ ମିଶନ୍‌ ଶକ୍ତି:

ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି
ମମତା ଓ ପିଏମ୍‌ଏମ୍‌ଭିଓ୍ବାଇ ପାଇଁ ୪୯୨ କୋଟି
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣା ପୃଷ୍ଟି ଯୋଜନା ପାଇଁ ୫୨୬ କୋଟି
ଓଡ଼ିଶା ପୃଷ୍ଟି ମିଶନ ପାଇଁ ୧୦୦ କୋଟି
ଆଇସିଡିଏସ୍‌ ପାଇଁ ୧୧୩୨ କୋଟି

ସାମାଜିକ ସୁରକ୍ଷା:
ମୁଧୁବାବୁ ପେନ୍‌ସନ୍‌ ଯୋଜନା ପାଇଁ ୫୩୭୦ କୋଟି
ଜାତୀୟ ବୃଦ୍ଧ ପେନ୍‌ସନ୍‌ ଯୋଜନା ପାଇଁ ୨୧୮୧ କୋଟି
ଇନ୍ଦିରା ଗାନ୍ଧି ଜାତୀୟ ପେନ୍‌ସନ୍‌ ପାଇଁ ୧୦୧୬ କୋଟି
ବୃଦ୍ଧାଶ୍ରମ ପାଇଁ ୫୧ କୋଟି

ସହରାଞ୍ଚଳ ବିକାଶ:

ମୁଖ୍ୟମନ୍ତ୍ରୀ ସହର ବିିକାଶ ଯୋଜନା ୧୧୦୦ କୋଟି
ସୁଜଳ ପାଇଁ ୭୩୨ କୋଟି
ସ୍ବଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି
ନୂଆ ସହର ଉନ୍ନତିକରଣ ପାଇଁ ୨୦୦ କୋଟି
ଏସ୍‌ବିଏମ୍‌- ସହର ପାଇଁ ୬୦୦ କୋଟି

ଗ୍ରାମାଞ୍ଚଳ ବିକାଶ:
ଅନ୍ତୋଦୋୟ ଗୃହ ଯୋଜନା ପାଇଁ ୨୬୦୩ କୋଟି
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଇଁ ୨୦୦୦ କୋଟି
ଜଳ ଜୀବନ ମିଶନ ପାଇଁ ୭୦୦୦ କୋଟି
ପିଏମ୍‌ ଜନମନ ପାଇଁ ୨୦୦ କୋଟି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୫୦୦ କୋଟି

ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ:

ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍‌ ପାଇଁ ୧୦୬ କୋଟି
ସବ୍‌ସିଡ ପାଇଁ ୧୯୪ କୋଟି
ସିଏମ୍‌-ଏସ୍‌ଆରଆଇଏମ୍‌ ପାଇଁ ୩୦ କୋଟି
ଏମ୍‌ଏସ୍‌ଏମ୍‌ଇ ପାଇଁ ୨୮୪ କୋଟି

ଶକ୍ତି:

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶା ଯୋଜନା ପାଇଁ ୧୦୩୩ କୋଟି
ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୯୩ କୋଟି
ମୁଖ୍ୟମନ୍ତ୍ରୀ ଶକ୍ତି ଶଙ୍କର୍ଷଣ ଅଭିଯୋନ ପାଇଁ ୧୨୭ କୋଟି
ଓପିଜିସି ପାଇଁ ୪୨୯ କୋଟି

ପରିବହନ:
ରେଳ ଲାଇନ୍‌ର ବିକାଶ ପାଇଁ ୩୦୦ କୋଟି
ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି
ଗ୍ରାମାଞ୍ଚଳ ପରିବହନ ପାଇଁ ୧୦୮୫ କୋଟି
ଗ୍ରୀନ୍‌ ଓଡ଼ିିଶା ଇଭି ପଲିସି-ସବ୍‌ସିଡ ୧୬୦ କୋଟି
ଅଟଳ ବସ୍‌ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି

ରାସ୍ତା ଓ ସେତୁ:
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୧୭୦୦ କୋଟି
ରାସ୍ତା ଉନ୍ନତିକରଣ ପାଇଁ ୬୫୦୨ କୋଟି
ସେତୁ ବନ୍ଧନ ଯୋଜନା ପାଇଁ ୨୦୦୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୭୦ କୋଟି

ପର୍ଯ୍ୟଟନ ବିକାଶ:
ପର୍ଯ୍ୟଟନ ବିକାଶ କ୍ଷେତ୍ର ପାଇଁ ୮୨୦ କୋଟି
ପର୍ଯ୍ୟଟକଙ୍କ ଆବାସ ପାଇଁ ୩୫୯ କୋଟି
ପର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ ୩୩୨ କୋଟି
ମା ତାରିଣୀ ମନ୍ଦିର ବିକାଶ ପାଇଁ ୫୦ କୋଟି

ଓଡ଼ିଆ ଅସ୍ମିତା:

ବୁକଳ ବନ ଉନ୍ନୟନ ପାଇଁ ୫୦ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୭୭ କୋଟି

ଯୁବ ବିକାଶ ଓ କ୍ରୀଡ଼ା:
କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି
ଯୁବଶକ୍ତି ପାଇଁ ୩୨ କୋଟି
କ୍ରୀଡ଼ାରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତଙ୍କ ପାଇଁ ୧୦ କୋଟି
କ୍ରୀଡ଼ା କୁମ୍ଭ ପାଇଁ ୮୦ କୋଟି

ଜଙ୍ଗଲ ଓ ପରିବେଶ:

କାମ୍ପା ପାଇଁ ୧୦୨୧ କୋଟି
କେନ୍ଦୁ ପତ୍ର ତୋଳାଳି କଲ୍ୟାଣ ଯୋଜନା ପାଇଁ ୧୨୦ କୋଟି
ଇକୋ-ଟୁରିଜିମ୍‌ ପାଇଁ ୨୧ କୋଟି

Leave A Reply

Your email address will not be published.