ଦରଦାମ୍ ବୃଦ୍ଧି ପ୍ରସଙ୍ଗ: ଗୃହରେ ମୁଲତବି ପ୍ରସ୍ତାବ ଆଣିଲା ବିଜେଡି

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ସ୍ଵାସ୍ଥ୍ୟ, ଗୃହ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଦରଦାମ୍ ବୃଦ୍ଧିକୁ ନେଇ ବିଜେଡିର ମୁଲତବୀ ନୋଟିସ୍ ଜାରି କରିଛି। ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ କଲେ, ଏନେଇ ଆଲୋଚନା ହେବ।
ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ। ରାଜ୍ୟର ବିଭିନ୍ନ ବ୍ଲକ ସବ୍ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି। ଯେଉଁଠି ମଣ୍ଡି ବ୍ୟବସ୍ତା ନାହିଁ, ସେଠାରେ ନୂଆ ମଣ୍ଡି ଖୋଲାଯିବ। ଚାଷୀଙ୍କୁ ସେମାନଙ୍କ ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।