Odisha Link
Bridging the Missing Links in Odisha

ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ଲୁଟ୍, ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ତେବେ ଏସବୁ ଭିତରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି।

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ହରିଲୁଟ୍। ୨୦୨୧-୨୨ରେ ୨୮୧୪ ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଦୁର୍ନୀତି। ୨୦୨୨-୨୩ରେ ୩୮ଟି ମାମଲାରେ ୯ କୋଟି ୧୭ ଲକ୍ଷ ଟଙ୍କା ଦୁର୍ନୀତି। ୨୦୨୩-୨୪ରେ ୨୦୩୮ ମାମଲା ୧ କୋଟି ୮୬ ଲକ୍ଷ ୬୦ ହଜାର ହଡ଼ପ ହୋଇଥିବା ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଲିଖିତ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.