ଆବାସକୁ ନେଇ ଅଭିଯୋଗ: ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ସରକାର ବାସହରାଙ୍କୁ ଜମି ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଲୋକ ଆବାସ ପାଇଛନ୍ତି। ଆବାସରୁ ବଂଚିତ ଥିବା ଲୋକଙ୍କ ପାଇଁ ସରକାର ସର୍ଭେ ଆରମ୍ଭ କରିଛନ୍ତି। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି। ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି। ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି। କାହାକୁ ବାଦ ଦିଆଯିବ ନାହିଁ। ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଛନ୍ତି।
ଏକାମ୍ର ଭୁବନେଶ୍ୱରରେ ମଇଁଷିଆଖାଲ ଓ ଗଧିଆଖାଲ ଆବାସ ଘରକୁ ନେଇ ଅଭିଯୋଗ ହୋଇଛି। ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଆବାସ ଘର ତଦନ୍ତ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।