୪୦ ହଜାର ଗାଁରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ପାନୀୟ ଜଳ ବ୍ୟବସ୍ତା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି, ଓଡିଶାରେ ଏବେ ୬୭୯୪ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଜଳଜୀବନ ମିଶନ ପୋର୍ଟାଲରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁସାରେ ୪୬,୫୩୧ ଗୋଟି ଗାଁ ରହିଛି।
ଏହି ସବୁ ଗ୍ରାମପଞ୍ଚାୟତରେ ଥିବା ୱାର୍ଡ ଗୁଡିକ ମଧ୍ୟରୁ ୫୨,୩୬୮ ଗୋଟି ୱାର୍ଡକୁ ଏ ପର୍ଯ୍ୟନ୍ତ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ଏବଂ ଆଉ ୪୦,୧୯୩ ଗୋଟି ୱାର୍ଡକୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ପ୍ରସ୍ତାବ ରହିଛି। ଜୁନ ୨୦୨୬ ମସିହା ସୁଦ୍ଧା ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।