ଗ୍ରାହକଙ୍କୁ ଠକୁଛନ୍ତି ଗହଣା ଦୋକାନୀ, ଗୃହରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଗୋଟେ ପଟେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନାଦାର, ଅନ୍ୟପଟେ ସୁନାପ୍ରେମୀଙ୍କୁ ଝଟକା ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତର ରଖିଛନ୍ତି, ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି।
ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି। ତେବେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା। ବିଗତ ପାଞ୍ଚ ବର୍ଷରେ କେଉଁ ସୁନା ଗହଣା ଦୋକାନରେ ମାନକ ଓ ମାପକରେ ତ୍ରୁଟି ଧରାଯାଇ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ପଚାରିଥିଲେ। ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ମୁତାବକ, କିଛି ଦୋକାନୀ ଓଜନ ମାପକରେ ଠକେଇ କରୁଛନ୍ତି। ଆଉ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।