କିଏ ସମ୍ଭାଳିବ ଦିଲ୍ଲୀ ସିଂହାସନ? ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ..

ଓଏଲ୍ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନୂଆ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ରାମଲୀଳା ପଡ଼ିଆରେ ଶପଥ ନେବେ। ହେଲେ ଏପର୍ଯ୍ୟନ୍ତ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ। ଆଜି (ବୁଧବାର ଫେବ୍ରୁଆରି ୧୯) ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।
ଦିଲ୍ଲୀର ରାମଲୀଳା ପଡ଼ିଆରେ ଫେବ୍ରୁଆରି ୨୦ ତାରିଖ ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ। ଏଥିପାଇଁ ମଞ୍ଚ ପ୍ରସ୍ତୁତି ଚାଲିଛି। ସୂଚନା ରହିଛି କି ଶପଥ ଗ୍ରହଣ ସମାରୋହରେ ୩ଟି ମଞ୍ଚ ନିର୍ମାଣ କରାଯିବ। ଗୋଟିଏ ବଡ଼ ମଞ୍ଚ ଆଉ ୨ଟି ଛୋଟ ମଞ୍ଚ ନିର୍ମାଣ ହେବ। ମଞ୍ଚରେ ପାଖାପାଖି ୧୦୦ ରୁ ୧୫୦ ଜଣ ବସିବାର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି। ସେହିଭଳି ପଡ଼ିଆରେ ୩୦ ହଜାର ଜନତାଙ୍କ ଏକାଠି ହେବା ବ୍ୟ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।
ଫେବ୍ରୁଆରି ୧୯ ତାରିଖରେ ରାମଲୀଳା ପଡ଼ିଆକୁ ଯାଉଥିବା ରାସ୍ତା ଗୁଡ଼ିକ ସିଲ୍ କରି ଦିଆଯିବ। କେବଳ ଭିଭିଆଇପି ଗାଡ଼ି ଗୁଡ଼ିକୁ ପ୍ରବେଶ ଅନୁମତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୫୦ରୁ ଅଧିକା ବଡ଼ ବଡ଼ ନେତା ଶପଥ ଗ୍ରହଣ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।