Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଲା ସଡ଼କ ଦୁର୍ଘଟଣା: ୮ ମାସରେ ଗଲାଣି ୩୭୧୭ ଜୀବନ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ସପ୍ତମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜୁନ ୨୦୨୪ରୁ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ୩୭୧୭ ଜୀବନ ଚାଲିଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ, ଜୁନ ୨୦୨୪ରୁ ଆଜି ପର୍ଯ୍ୟନ୍ତ ୬୩୨୭ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୩୭୧୭ ଜୀବନ ଚାଲିଯାଇଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି। ୧୦୫୨ ଜଣ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ହୋଇଥିବାବେଳେ ୪୬ଟି ଦୁର୍ଘଟଣା ମଦ୍ୟପାନ କାରଣରୁ ହୋଇଛି। ୪୬୭୭ଟି ଦୁର୍ଘଟଣା ଅନ୍ୟାନ୍ୟ କାରଣ ଯୋଗୁ ହୋଇଥିବା ଗୃହରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.