Odisha Link
Bridging the Missing Links in Odisha

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ରେଖା ଗୁପ୍ତା, ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ

ଓଏଲ୍‌ ବ୍ୟୁରୋ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ରେଖା ସରକାର। ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁୁପ୍ତା। ରାମଲୀଳା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। ରେଖା ଗୁୁପ୍ତାଙ୍କୁ ଶପଥ ପାଠ କରାଇଲେ ଉପ ରାଜ୍ୟପାଳ ଭି.କେ. ସକ୍ସେନା। ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ରେଖା ଗୁୁପ୍ତା। ତାଙ୍କ ସହ ପରବେଶ ବର୍ମା ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ଦିନ ୩ ଟାରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ରେଖା ଗୁୁପ୍ତା ଦାୟିତ୍ୱ ନେବା ପରେ କହିଛନ୍ତି, ସନ୍ଧ୍ୟାରେ କ୍ୟାବିନେଟ ବୈଠକ ହେବ। ସମସ୍ତ ପ୍ରତିଶୃତି ପୂରଣ ହେବ। ବିକଶିତ ଦିଲ୍ଲୀ ନେଇ କ୍ୟାବିନେଟ ବୈଠକରେ ଆଲୋଚନା ହେବ।

Leave A Reply

Your email address will not be published.