ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ମାସକ ଭିତରେ ବଢ଼ିଲା ୮ ହଜାର

ଓଏଲ୍ ବ୍ୟୁରୋ: ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼। ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଜାନୁଆରୀରୁ ଫେବୃଆରୀ ମଧ୍ୟରେ ୮ହଜାର ବଢିଛି ସୁନା ଦର। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୭,୪୮୦ ଟଙ୍କା ରହିଛି।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୨୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୭,୯୨୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୪,୯୨୦ ଟଙ୍କା ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ବଜେଟ ପରେ ସୁନା ଦର ମହଙ୍ଗା ହେଉଥିବାରୁ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି।
ଜାନୁଆରୀ ୨୦ରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୪,୩୪୦ ଟଙ୍କା ରହିଥିବାବେଳେ ଫେବୃଆରୀ ୨୦ରେ ୭୯୨୫୦ ରହିଛି। ଜାନୁଆରୀ ୨୦ରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୧୧୦୦ ଟଙ୍କା ରହିଥିବାବେଳେ ଫେବୃଆରୀ ୨୦ରେ ସୁନାର ମୂଲ୍ୟ ୮୯୨୪୦ ରହିଛି।