କିଟ୍ ବିଶ୍ୱବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଛାତ୍ରୀ ମୃତ୍ୟୁକୁ ନେଇ ବଢୁଛି ଅସନ୍ତୋଷ

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବା ପରେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କମିଟିର ତଦନ୍ତ କ୍ରମେ ନ୍ୟାୟ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଏହା ସହ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।
ଅନ୍ୟପଟେ, ଘଟଣାରେ ଦୁଃଖ ପ୍ରକାଶ କରିବା ସହ କିଟ୍ ଲିଖିତ ଉତ୍ତର ରଖିଛି। ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏଥିପାଇଁ କିଟ୍ ଦୁଃଖିତ ବୋଲି ଲିଖିତ ଉତ୍ତର ରଖିଛି କିଟ। ଗିରଫ ହୋଇଥିବା ପୁରୁଷ ବନ୍ଧୁ ଆଦ୍ବିକ୍ ଶ୍ରୀବାସ୍ତବକୁ ଜେଲକୁ ପଠାଯାଇଥିବାବେଳେ ରିମାଣ୍ଡରେ ନେଇଛି ପୁଲିସ।
ସୂଚନା ଅନୁସାରେ, ନେପାଳର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମରେ ଆତ୍ମହତ୍ୟା କରିଥିଲେ। ତାଙ୍କର ପୁରୁଷ ବନ୍ଧୁ ପ୍ରତାରଣା କରିବା ପରେ ଏପରି ଚରମ ନିଷ୍ପତି ନେଇଥିଲେ ପ୍ରକୃତି। ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏନେଇ ଖବର ଦେବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ।
କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ। ସେହିପରି ନେପାଳର ପ୍ରାୟ ଛାତ୍ରଛାତ୍ରୀଙ୍କୁ ଜୋରଜବରଦସ୍ତ ଏକ ବସରେ କଟକ ନିଆଯାଇ ରେଳଷ୍ଟେସନ୍ ରେ ଛଡ଼ାଯାଇଥିବା ଅଭିଯୋଗ ହୋଇଥିଲା।
Comments are closed.