ନୂଆ ଜିଲ୍ଲା ଗଠନ ଦାବି: ବିଧାନସଭାରେ ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ସପ୍ତମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ନୂଆ ଜିଲ୍ଲା ଓ ନୂଆ ସବଡିଭିଜନ ଗଠନ ଦାବି ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି।
ନୂଆ ସବଡିଭିଜନ ଓ ଜିଲ୍ଲା ଗଠନ ନେଇ ଦାବି ହେଉଛି। ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦାବି ରାଜସ୍ବ ବିଭାଗର ହସ୍ତଗତ ହୋଇଛି। ଦାବି ଉପରେ ପଦକ୍ଷେପ ଗ୍ରହଣ କରିବେ ସରକାର। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।