୨୬ରେ ଉଦଯାପିତ ହେବ ମହାକୁମ୍ଭ ମେଳା, ବୁଡ଼ ପକାଇଲେଣି ୫୭ କୋଟି ଶ୍ରଦ୍ଧାଳୁ

ଓଏଲ୍ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭରେ ଦେଖିବାକୁ ମିଳୁଛି ମହାସମାଗମ। କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ଓ ସ୍ନାନ କରି ମହାପୂଣ୍ଣ୍ୟ ଅର୍ଜନ କରୁଛନ୍ତି। ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୫୭ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉବେଳେ ୫୭ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି। ତେବେ ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ। ୟୁପିର ଜନସଂଖ୍ୟା ୨୫ କୋଟିହୋଇଥିବାବେଳେ ୫୭ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି।