Odisha Link
Bridging the Missing Links in Odisha

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା: ସିନ୍‌ ରିକ୍ରିଏସନ କଲା ସତୀଶ

ଓଏଲ୍ ବ୍ୟୁରୋ: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଥିବାବେଳେ ଚୋରକୁ କାବୁ କରି ଲୁଟ୍‌ର ସିନ୍‌ ରିକ୍ରିଏସନ ଚାଲିଛି।

ନୟାପଲ୍ଲୀ N-1ରେ ଚାଲିଛି ସିନ ରିକ୍ରିଏସନ। ଧରାପଡ଼ିଥିବା ସ୍ପାଇଡର ସତୀଶକୁ ନେଇ ଭୁବନେଶ୍ବରରୁ ହାଇ ପ୍ରୋଫାଇଲ ଲୁଟ୍‌ର ସିନ୍‌ ରିକ୍ରିଏସନ ଚାଲିଛି। କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କଲା ଦେଖାଉଛି। କେଉଁ ପଟେ ଆସିଲା, କିପରି ଲୁଟି ଚମ୍ପଟ୍‌ ମାରିଲା ଦେଖାଉଛି।

ସୂଚନା ଅନୁସାରେ, ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋସିଆଲ ମିଡିଆରେ ନିରଞ୍ଜନ ପଟ୍ଟନାୟକ ପୋଷ୍ଟ କରିଥିଲେ, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ। ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ।

ସରକାର ଓ ଆଇନଶୃଙ୍ଖଳାର ଅବହେଳା କାରଣରୁ ଲୋକଙ୍କ ଘର, ସାହି ଏବଂ ସମ୍ପଦ ବିପଦରେ ପଡ଼ିଛି। ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଲୋକଙ୍କ ସୁରକ୍ଷା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିରଞ୍ଜନ କହିଥିଲେ।

ଅନ୍ୟପଟେ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ସହ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଲୁଟିଥିଲା ସତୀଶ। ପୋଲିସ ତାକୁ ଗିରଫ ପରେ ତା ଠାରୁ ହୀରା, ସୁନା ଗହଣା, ନଗଦ ଟଙ୍କା ଜବତ କରିଥିଲା। ଲୁଟ ଟଙ୍କାରେ ମଉଜ କରୁଥିଲା ଲୁଟେରା। ଲକ୍ଷ ଲକ୍ଷ ଟଙ୍କା ଦେଇ ତାଇୱାନରୁ କୁକୁର କିଣୁଥିଲା। କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ ବଲ ମଗାଉଥିଲା। କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା।

କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ସନାଲ ଟ୍ରେନର ନିଯୁକ୍ତ କରିଥିଲା। ଡାଏଟ ପ୍ଲାନ ସହ ଟ୍ରେନରଙ୍କୁ ଦେଉଥିଲା ଦିନକୁ ୪ ହଜାର ଟଙ୍କା। ଲୁଟ ଟଙ୍କାରେ ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ ଟି ଫ୍ଲାଟ। ଲୁଟ ଟଙ୍କାରେ ୩ ଜଣ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିଲା ଏହି ସୌଖିନ ଚୋର। ଗାର୍ଲଫ୍ରେଣ୍ଡ ମାନଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା। କେରଳ ଓ ଦାର୍ଜିଲିଂ ବୁଲାଉଥିଲା।

Leave A Reply

Your email address will not be published.