୮ ଜିଲ୍ଲାରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ (ରୁସା-୧) ଯୋଜନାରେ ରାଜ୍ୟର ୮ ଗୋଟି ଜିଲ୍ଲା ଯଥା ଦେବଗଡ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଖୋଲାଯାଇଛି। ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏନେଇ ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ବିଧାନସଭା ମଣ୍ଡଳୀ ମଧ୍ୟରେ ଗୋଟିଏ ଲେଖାଏଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଖୋଲାଯିବା ପାଇଁ ବର୍ତମାନ କୌଣସି ପ୍ରସ୍ତାବ ନାହିଁ। ଅଧିକନ୍ତୁ, ସ୍ଥାନୀୟ ମହାବିଦ୍ୟାଳୟଗୁଡ଼ିକର ଭିଭିଭୂମି ଓ ଶୈକ୍ଷିକ ମାନକୁ ଆଦର୍ଶ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି।