ରାଷ୍ଟ୍ରପତିଙ୍କୁ ଭେଟିଲେ ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହୋଇଛି ରେଖା ସରକାର। ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁୁପ୍ତା। ରାମଲୀଳା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରେଖା ଗୁୁପ୍ତାଙ୍କୁ ଶପଥ ପାଠ କରାଇଲେ ଉପ ରାଜ୍ୟପାଳ ଭି.କେ. ସକ୍ସେନା। ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ରେଖା ଗୁୁପ୍ତା। ତାଙ୍କ ସହ ପରବେଶ ବର୍ମା ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରେଖା ଗୁୁପ୍ତା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି।