ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ: ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ବିଞ୍ଝାରପୁରରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା ସାମ୍ନାକୁ ଆସିବା ପରେ କଡା ପଦକ୍ଷେପ ନିଆଯାଇଛି। ଭତ୍ତା ହାତେଇଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓ ନୋଟିସ୍ ଜାରି କରିଛନ୍ତି। ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଫେରସ୍ତ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଚେତାବନୀ ଦେଇଛନ୍ତି। ଉପ ଜିଲ୍ଲାପାଳଙ୍କ ଦସ୍ତଖତ ଟାମ୍ପରିଂ କରି ଭତ୍ତା ହାତେଇଥିଲେ। ଭେଣ୍ଡିଆ ଯୁବକ ଓ ନାବାଳକ ବାର୍ଦ୍ଧକ୍ୟ ଭତ୍ତା ହାତେଇଥିଲେ। ଘଟଣାର ତଦନ୍ତ ପରେ ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।