‘ମାଣ୍ଡିଆରୁ ତିଆରି ହେବ ମଦ, ସବ୍ସିଡି ଦେବେ ସରକାର’

ଓଏଲ୍ ବ୍ୟୁରୋ: ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ। ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ। ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ଏବେ ରାଜ୍ୟର ୩୦ ଜିଲ୍ଲାରେ ଏହାକୁ ପ୍ରଚଳନ ଆରମ୍ଭ କରିଛି। ମାଣ୍ଡିଆ ଚାଷୀଙ୍କ ପାଇଁ ସବୁ ପ୍ରକାର ସହାୟତା କରୁଛନ୍ତି ସରକାର। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମାର୍କେଟିଙ୍ଗ ଉପରେ ଫୋକସ କରାଯାଉଛି। ଏସବୁ ଭିତରେ ଓଡ଼ିଶାରେ ମାଣ୍ଡିଆରୁ ମଦ ତିଆରି ହେବା ନେଇ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି।
ଅବକାରୀ କମିଶନର କହିଛନ୍ତି, ମାଣ୍ଡିଆରୁ ମଦ ତିଆରି ହେବ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନିକୁ ସବ୍ସିଡି ଦେବେ ସରକାର। ଅବକାରୀ ପଲିସିକୁ ନେଇ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଜନା ହୋଇଛି। ଏ ନେଇ ଖୁବ୍ଶୀଘ୍ର ଶିଳ୍ପ ବିଭାଗ ସହ ହେବ ଆଲୋଚନା ହେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି।