ରତ୍ନଭଣ୍ଡାର ମରାମତିରେ ବିଳମ୍ବ! ଅଳଙ୍କାର ଗଣତି ନେଇ ବଡ଼ ବୟାନ ଦେଲେ ଆଇନମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଖୋଲି ମରାମତି ଜାରି ରହିଥିବାବେଳେ ଗଣତିମଣତି ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଇନ ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତିମଣତି। ମରାମତି ସରିନଥିବାରୁ ଡେଡ୍ଲାଇନରୁ ବିଳମ୍ବ ହେଉଛି। ଆକଳନଠୁ ଅଧିକ ମରାମତି କାମର ଆବଶ୍ୟକତା ଅଛି। ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ। ମରାମତି ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହେବ। ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି।