ମଣ୍ଡିରେ ଧାନ ବିକ୍ରି: ଡେଡ୍ଲାଇନ ଦେଲେ ସରକାର

ଓଏଲ୍ ବ୍ୟୁରୋ: ରାଜ୍ୟରେ ଧାନ କିଣା ନେଇ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୯୦ ପ୍ରତିଶତ ଧାନ କିଣା ସରିଲାଣି, ଆଉ ୭ରୁ ୮ ଦିନ ଭିତରେ ଧାନ କିଣା ସରିଯିବ। ମାର୍ଚ୍ଚ ୩୧ ତାରିଖ ଧାନ କିଣାର ଡେଡ୍ଲାଇନ ରଖାଯାଇଛି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବନି। ଏଯାବତ ୬୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହର ୯୦% ଟାର୍ଗେଟ ସରିଲାଣି। ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।