ଟ୍ରାଫିକ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ: ଦଶମ ପରୀକ୍ଷାର୍ଥୀଙ୍କୁ ଚକୋଲେଟ୍ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍କୁଲରେ ଦଶମ ପରୀକ୍ଷା ଆରମ୍ଭ ହୋଇଛି। ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରୁଥିବାବେଳେ ଟ୍ରାଫିକ୍ ପୁଲିସର ଏକ ସ୍ୱତନ୍ତ୍ର ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି। ଭୁବନେଶ୍ୱରର ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଛକରେ ଦେଖିବାକୁ ମିଳିଛି ନିଆଁରା ଦୃଶ୍ୟ। ଦଶମ ପରୀକ୍ଷାର୍ଥୀଙ୍କୁ ଚକୋଲେଟ୍ ବାଣ୍ଟିଛନ୍ତି ଟ୍ରାଫିକ୍ ପୁଲିସ। ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଛକରେ ଦଶମ ପରୀକ୍ଷାର୍ଥୀଙ୍କୁ ଚକୋଲେଟ୍ ଦେବା ସହ ଟ୍ରାଫିକ୍ ପୁଲିସ ଶୁଭକାମନା ଜଣାଇଛି।