Odisha Link
Bridging the Missing Links in Odisha

୨ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲା ନନ୍ଦନକାନନ ଏକ୍ସପ୍ରେସ। ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଉତ୍ତରପ୍ରଦେଶର ଚୌନ୍ଦଳିରେ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ ପାଖରେ ବଡ଼ ରେଳ ଦୁର୍ଘଟଣାରୁ ରକ୍ଷା ପାଇଛି ଟ୍ରେନ। କପଲିଙ୍ଗ ଛିଡ଼ି ଯିବାରୁ ପ୍ରାୟ ଅଧା ଡଜନ ବଗି ଇଞ୍ଜିନ ସହିତ ଚାଲିଯାଇଥିଲା ଏବଂ ବାକି କୋଚ୍ ଅଲଗା ହୋଇଯାଇଥିଲେ। ଏନେଇ ଜାଣିବା ପରେ କିଛି ସମୟ ପାଇଁ ଯାତ୍ରୀମାନଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲେ। ମାତ୍ର ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଟ୍ରେନ୍ ବେଗ କମ୍ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀର ଆନନ୍ଦବିହାର ରେଳ ଷ୍ଟେସନରୁ ପୁରୀ ଯାଉଥିଲା ଡାଉନ ନନ୍ଦନକାନନ ଏକ୍ସପ୍ରେସ। ସୋମବାର ରାତିରେ ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡ଼ିଥିଲା ଟ୍ରେନ୍। ହେଲେ ୟୁପିର ଚନ୍ଦୋଲି ନିକଟରେ ସ୍ଲିପର କୋଚ୍ ଏସ-4ରୁ କପଲିଂଗ ଛିଡ଼ିଯାଇଥିଲା। ଫଳରେ ୬ଟି କୋଚ୍ ଇଞ୍ଜିନ ସହିତ ଆଗକୁ ବଢ଼ିଯାଇଥିଲା। ବାକି ବଗି ଗୁଡ଼ିକ ଅଟକି ଯାଇଥିଲେ। ଟ୍ରେନ୍ ଦୁଇ ଭାଗ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଟ୍ରେନ ମ୍ୟାନେଜର ଏନେଇ ତୁରନ୍ତ ଲୋକ ପାଇଲଟଙ୍କୁ ସୂଚନା ଦେଇଥିଲେ। ଏହା ପରେ ଘଟଣାକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ଟ୍ରେନକୁ ପିଡିଡିୟୁ ଜଙ୍କସନକୁ ଅଣାଯାଇଥିଲା। ଭାଙ୍ଗି ଯାଇଥିବା କପଲିଙ୍ଗ କୋଚକୁ ବାହାର କରି ରାତି ପ୍ରାୟ ଗୋଟାଏରେ ଟ୍ରେନ୍ ଆଗକୁ ଯିବା ପାଇଁ ଅନୁମତି ମିଳିଥିଲା।

Leave A Reply

Your email address will not be published.