Odisha Link
Bridging the Missing Links in Odisha

ମହିଳାଙ୍କ ପାଇଁ ଖୁସି ଖବର: ଏକ ସଙ୍ଗେ ମିଳିବ ୧୫ ହଜାର ଟଙ୍କା

ଓଏଲ୍‌ ବ୍ୟୁରୋ: ଆଜି ବ୍ରହ୍ମପୁରରୁ ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।

ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ। ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଆସନ୍ତାକାଲି ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ। ୮ ତାରିଖ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ବିତୀୟ କିସ୍ତି ଟଙ୍କା ଯିବ। ମାତ୍ର ତିନି ଦିନ ଭିତରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୦ ଜହାର ଟଙ୍କା। ନୂଆ ଆବେଦନକାରୀଙ୍କ ଲାଗି ମାର୍ଚ୍ଚ ୩୧ ଶେଷ ତାରିଖ ରହିଛି।

ସୁଭଦ୍ରା ଯୋଜନା ପାଇଁ ଡୋର ଟୁ ଡୋର ସର୍ଭେ ହେବ। ବଞ୍ଚିତ ହିତାଧିକାରୀ ଖୋଜିବାକୁ ସରକରା ପ୍ରୟାସ କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ଆବେଦନ ବନ୍ଦ କରି ସର୍ଭେ ହେବ। ଏଯାଏଁ ସୁଭଦ୍ରାରେ ୧କୋଟି ୮ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି। ୫ଟି ପର୍ଯ୍ୟାୟରେ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଯାଞ୍ଚ ପରେ ରକ୍ଷା ବନ୍ଧନରେ ୩ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply

Your email address will not be published.