କେନ୍ଦ୍ରାପଡ଼ା ଯିବେ ଚର୍ଚ୍ଚିତ ସାରଥି, ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ୍ ସାରଥି। କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ସାରଥିଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି। ତେବେ ସର୍ତ୍ତ ଅନୁସାରେ, ସେ ଆଶ୍ରମ ଯାଇପାରିବେନି, ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି। ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର ରହିବ। ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ସର୍ତ୍ତ ଥିଲା। ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କଲେ ହାଇକୋର୍ଟ। କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହ ଊର୍ଦ୍ଧ୍ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ଥିଲା।
ସୂଚନା ଅନୁସାରେ, ୨୦୧୫ ମସିହା ଅଗଷ୍ଟ ୮ତାରିଖରେ ସନ୍ତୋଷ ରାଉଳଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ସାମ୍ନାକୁ ଆସିଥିଲା। ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ମଧ୍ୟ ହୋଇଥିଲା।