Odisha Link
Bridging the Missing Links in Odisha

‘ସରକାର ଆସିବେ ଓ ଯିବେ କିନ୍ତୁ ଓଡ଼ିଆଙ୍କ ମନରେ ବିଜୁବାବୁ ସବୁବେଳେ ରହିବେ’

ଓଏଲ୍‌ ବ୍ୟୁରୋ: ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ। କହିବାକୁ ଗଲେ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। କେବଳ ପରିଚୟ ନୁହେଁ ବରଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆଙ୍କିଥିଲେ ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ଏହି ଅବସରରେ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଗରିମାମୟ କର୍ମକୁ ମନେ ପକାଇଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, ବିଜୁବାବୁଙ୍କୁ ଅସମ୍ମାନ କରିଛନ୍ତି ରାଜ୍ୟ ବିଜେପି ସରକାର। ସରକାର ଆସିବେ ଓ ଯିବେ କିନ୍ତୁ ଓଡ଼ିଆଙ୍କ ମନରେ ବିଜୁବାବୁ ସବୁବେଳେ ରହିବେ। ବିଜୁବାବୁଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ହେଉଛି। କିନ୍ତୁ ସେଥିରେ ସଫଳ ହେବେ ନାହିଁ। ବିଜୁବାବୁ ଜାତୀୟ ନେତା ନୁହନ୍ତି ସେ ଅନ୍ତର୍ଜାତୀୟ ନେତା।

Leave A Reply

Your email address will not be published.