Odisha Link
Bridging the Missing Links in Odisha

ବଦଳିବ ସରକାରୀ ସ୍କୁଲର ରଙ୍ଗ, ଓସେପା ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିଛି ୨୪ ବର୍ଷର ସରକାର। ସରକାର ବଦଳିବା ପରେ ବଦଳୁଛି ରଙ୍ଗ। ପ୍ରଥମେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପରେ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏବେ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବ। ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ। ଓସେପା ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି। ସରକାରୀ ସ୍କୁଲର ନୂଆ ରଙ୍ଗକୁ ଅନୁମୋଦନ କରିଛି ବିଭାଗ।

ସୂଚନା ଥାଉକି, ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି। ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି। ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ।

Leave A Reply

Your email address will not be published.