Odisha Link
Bridging the Missing Links in Odisha

ସୁଭଦ୍ରା ରାଲିକୁ ନେଇ ପିସିସି ସଭାପତିଙ୍କ କଡ଼ା ମନ୍ତବ୍ୟ, କହିଲେ-କେବଳ କୋଟିଏ ମହିଳା..

ଓଏଲ୍‌ ବ୍ୟୁରୋ: ଆଜି ବ୍ରହ୍ମପୁରରୁ ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।

ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ। ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୁଭଦ୍ରା ରାଲିକୁ ନେଇ ପିସିସି ସଭାପତି ସମାଲୋଚନା କରି କହିଛନ୍ତି, ରାଜ୍ୟରେ ଅଢ଼େଇ କୋଟି ମହିଳା ଅଛନ୍ତି। କେବଳ `ସୁଭଦ୍ରା’ କୋଟିଏ ମହିଳାଙ୍କ ପାଇଁ କାହିଁକି। ଦଶମ ଶ୍ରେଣୀ ଝିଅଙ୍କୁ କାହିଁକି ସାମିଲ କରୁନାହାନ୍ତି ବୋଲି ପିସିସି ସଭାପତି କହିଛନ୍ତି।

Leave A Reply

Your email address will not be published.