ସାର୍ବଜନୀନ ହେବନି ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

ଓଏଲ୍ ବ୍ୟୁରୋ: ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି, ସାର୍ବଜନୀନ କରିବେ ସରକାର। ଗଣତିମଣତି ଶେଷ ହେବା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ। ହେଲେ ସାର୍ବଜନୀନ ହେବନି କମିଶନଙ୍କ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହନ୍ତି ବୋଲି ଉଲ୍ଲେଖ ହୋଇଛି। ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଚାବି ହଜିବା ରିପୋର୍ଟ ସାର୍ବଜନୀନ କରିବାକୁ ମାମଲା ହୋଇଥିଲା।