ସେମିଫାଇନାଲରେ ହାରିଲା ଅଷ୍ଟ୍ରେଲିଆ, ଦିନିକିଆରୁ ସନ୍ନ୍ୟାସ ନେଲେ ସ୍ମିଥ୍

ଓଏଲ୍ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲରେ ପ୍ରବେଶ କରିଛି ଭାରତ। ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାତେଇଛି। ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି। ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ଦିନିକିଆ ମ୍ୟାଚରୁ ସନ୍ନ୍ୟାସ ନେଇଛନ୍ତି ଷ୍ଟିଭ ସ୍ମିଥ। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିଭ ସ୍ମିଥ କହିଛନ୍ତି, ତାଙ୍କ ଜୀବନରେ କ୍ରିକେଟ ଥିଲା ପ୍ରାଥମିକତା।
ଗତକାଲି ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ବୋଲିଂ କରିଥିଲା ଭାରତୀୟ ଦଳ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ ୭୩, ଆଲେକ୍ସ କାରେ ୬୧ ଓ ଟ୍ରାଭିସ ହେଡ ୩୯ ରନ କରିଥିଲେ। ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ୱିକେଟ, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ଫଳରେ କଙ୍ଗାରୁ ଦଳ ୪୯ ଓଭର ୩ ବଲ ଖେଳି ୨୬୪ ରନରେ ଅଲଆଉଟ ହୋଇଯାଇଥିଲା।
୨୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଶୁଭମନ ଗିଲ ୮ରେ ଆଉଟ ହୋଇ ଯାଇଥିଲେ। ଏହାପରେ ପ୍ରଥମ ଓ୍ୱିକେଟରେ ଆସିଥିବା ବିରାଟ କୋହଲି ଦମଦାର ଆରମ୍ଭ କରିଥିଲେ । ଆଉ ୮୪ ରନର ଧୂଆଁଧାର ଇଂନିସ ଖେଳିଥିଲେ। ସେହିପରି ଶ୍ରେୟାସ ଆୟର ୪୫, କେଏଲ ରାହୁଲ ୪୨ ଆଉ ହାର୍ଦ୍ଦିକ ପାଣ୍ଡ୍ୟା ଦୁର୍ଦ୍ଦଶ ୨୮ ରନ କରିଥିଲେ। ଫଳରେ ଦଳ ୪୮ ଓଭର ୧ ବଲ ଖେଳି ୬ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଥିଲା ଭାରତ । ଆଉ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା।