ମାଟ୍ରିକ ପରୀକ୍ଷାର ଶେଷ ଦିନରେ ଅଘଟଣ: ପିକ୍ଅପ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଓଏଲ୍ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପରୀକ୍ଷା। ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିବ। ପରୀକ୍ଷାର ଶେଷ ଦିନରେ ଘଟିଥିବା ଅଘଟଣ ଖବର ସାମ୍ନାକୁ ଆସିଛି। ପିକ୍ଅପ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଚନ୍ଦନଗୁଡ଼ା ନିକଟରେ ବାଇକ୍କୁ ଧକ୍କା ଦେଇଥିଲା ପିକ୍ଅପ୍। ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି।